Proizvod vam ne odgovara? Nema veze! Proizvode možete vratiti do 30 dana
S poklon bonom ne možete pogriješiti. Za poklon bon primatelj može odabrati bilo što iz naše ponude.
Do 30 dana za povrat
ଗୌରାଙ୍ଗ, କହିପାରିବ ଭଗବାନ କେଉ଼ଁଠି ଅଛନ୍ତି?
ସ୍ବାମୀଜୀଙ୍କ ପ୍ରଶ୍ନରେ ଚମକି ପଡିଲା ଗୌରାଙ୍ଗ। ଭଗବାନ ମନ୍ଦିର ଓ ମଠରେ ନାହାନ୍ତି, ଏ କଥା ମୁଁ ଜାଣେ। କାଠ ଓ ଶାଳଗ୍ରାମରେ ଭଗବାନ ଥିଲେ ସେ ସମସ୍ତଙ୍କର ପ୍ରାପ୍ୟ ହୋଇଯିବେ। ପର୍ବତ କି ଅରଣ୍ୟର ନିରୋଳା ସ୍ଥାନରେ ସେ ଲଭ୍ୟ ହେଉଥିଲେ ସବୁ ଦୁଃଖୀ ଆତ୍ମାମାନେ ସେ ସ୍ଥଳରେ ଏକତ୍ରିତ ହୋଇ ଯାଆନ୍ତେ। ହୋହାଲ୍ଲା ହୋଇଯାଆନ୍ତା ସେ ସ୍ଥାନର ଚିତ୍ର।
ମନ୍ଦିରରେ ଅଧିଆ ପଡ଼ିଲେ, ବ୍ରତ ଉପବାସ କଲେ ମିଳେ କଣ? କିଛି ନାଇଁ। ଏମିତି ସଂଶୟାଚ୍ଛନ୍ନ ଗୌରାଙ୍ଗ କାହାକୁ କିଛି ନକହି, ଦିନେ ଗାଁ ଓ ଘରଦ୍ୱାର ଛାଡ଼ିଦେଇ ମହର୍ଷି ଆଶ୍ରମରେ ପହଞ୍ଚି ଗଲା। କିନ୍ତୁ ଆଶ୍ରମରେ ସେ ଯେଉଁ ଅପୂର୍ବ ସୁନ୍ଦରୀ ତରୁଣୀକୁ ଭେଟିଲା ସେଥିରେ ତାର ହୋସ୍ ଉଡିଗଲା। ସେ ଲଣ୍ଡିତ ମସ୍ତକ ସନ୍ୟାସ ଜୀବନ ଯାପନ କରିବ ନା ତରୁଣୀକୁ ନେଇ ଆରାବଳୀ ପର୍ବତ ଅଭିମୁଖେ ଫେରାର ହୋଇଯିବ?
ପଢି ଚାଲନ୍ତୁ ରମେଶ ପଟ୍ଟନାୟକଙ୍କ ଉପନ୍ୟାସ: ଅନୁପମା ପ୍ରିୟତମା । ଏକ ନିଶ୍ବାସରେ ସାରିଦେବେ ଗୌରାଙ୍ଗ ଓ ଅନୁପମା ଜୀବନର ଗୋପନୀୟ କଥା । ଶ୍ରୀ ପଟ୍ଟନାୟକଙ୍କ ଏ ସଦ୍ୟତମ ରୋମାଞ୍ଚକର ଉପନ୍ୟାସରେ ଅଛି ଏକ ଦୁଃସାହସିକ ଅପାରମ୍ପରିକ ମନୋରଞ୍ଜନର କାହାଣୀ ।
ଏହା ସମସ୍ତଙ୍କ ଜୀବନରେ ଘଟିଥିବା ହାରଜିତର ବ୍ୟକ୍ତିଗତ ଅନୁଭବର କଥା।
Dobar dan! Ja sam Libroamiko, vaš književni savjetnik.
Kako vam mogu pomoći?