Proizvod vam ne odgovara? Nema veze! Možete nam vratiti unutar 30 dana
S poklon bonom ne možete pogriješiti. Za poklon bon primatelj može odabrati bilo što iz naše ponude.
30 dana za povrat kupljenih proizvoda
'ବାସନ୍ତୀ' ଆଧୁନିକ ଓଡ଼ିଆ ସାହିତ୍ୟର ତଥାକଥିତ ସବୁଜ ଯୁଗର ଏକ ଚର୍ଚ୍ଚିତ ଓ କ୍ରାନ୍ତିକାରୀ ଉପନ୍ୟାସ । ବଙ୍ଗଳାର 'ବାରୋୟାରୀ' ଉପନ୍ୟାସ ଢାଞ୍ଚାରେ ଏହାର ସଂରଚନା-ସଂକଳ୍ପ ହୋଇଥିଲେ ହେଁ, ଓଡ଼ିଶାର ସମକାଳୀନ ସମାଜର ପୁଙ୍ଖାନୁପୁଙ୍ଖ ଚିତ୍ର ଏଥିରେ ସଜୀବ ଓ ଖୁବ୍ ପ୍ରଭାବଶାଳୀ ଭଙ୍ଗୀରେ ରୂପାୟିତ । କଟକର ରେଭେନ୍ସା କଲେଜ, ପେଟିନ୍ ସାହିରୁ ଏହାର ଅୟମାରମ୍ଭ ହୋଇ ବାଲେଶ୍ୱରର ଶିମିଳିପୁର ଏବଂ କଲିକତାର 'ଉତ୍କଳ ନିବାସ', ବର୍ଦ୍ଧମାନ ଜିଲ୍ଲାର ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଏହା ବିସ୍ତୃତି ଲାଭ କରିଛି । ଏଥିରେ ସାଧାରଣ ମଣିଷ ମୁହଁର ଭାଷା, ମନର ଭାବନା ଏବଂ ଚଳଣି ଓ ବିଚାର ବିଶେଷ ସ୍ଥାନ ଦଖଲ କରିଅଛି । ମଣିଷର କୈଶୋର, ଯୌବନ ଏବଂ ପୌଗଣ୍ଡର ଅବସ୍ଥାଗତ ଭାବନା କିଛି ଚରିତ୍ରଙ୍କ ଦ୍ୱାରା ମଧ୍ୟ ଗୁରୁତ୍ୱଲାଭ କରିଛି । ହୃଦୟାବେଗକୁ ସାଇତି 'ବାସନ୍ତୀ' ସଂପ୍ରସାରିତ ଜୀବନ ବିଶ୍ୱାସର ବିଶେଷ ଗମ୍ଭୀର ଆହ୍ୱାନଟିଏ ପାଲଟିଯାଇଛି । ଦାମ୍ପତ୍ୟର ଅସମର୍ଥତା, ଅହଙ୍କାର ଏବଂ ଅଭିମାନର ଏକ ତ୍ରିବେଣୀ ତୁଠ ସାଜିଛି ଏ ଉପନ୍ୟାସ । ଆନ୍ତରିକତା ଏବଂ ଅନୁତାପର ସ୍ନିଗ୍ଧ ମଧୁର ଆଟୋପ ବେଶ୍ ଅନୁଭବିହୁଏ ଏଥିରୁ । ସମକାଳୀନ ଜୀନଚର୍ଯ୍ୟାର ଏକ ବ୍ୟଥା-ବିଧୂର ସ୍ପର୍ଶ ଯୋଗାଇବାରେ ଏହା ସମର୍ଥ । ଓଡ଼ିଆ ସାହିତ୍ୟର ଇତିହାସରେ ଏବଂ ଓଡ଼ିଆ ଉପନ୍ୟାସ ସାହିତ୍ୟର ଗତିଧାରାରେ ଏହାର ସ୍ଥାନ ଏଣୁ ଅତି ଉଚ୍ଚରେ ।
'ବାସନ୍ତୀ' ଉପନ୍ୟାସ ଧାରାବାହିକ ରୂପେ 'ଉତ୍କଳ ସାହିତ୍ୟ' ମାସିକ ପତ୍ରିକାରେ ୧୯୨୬-୨୭ ସାଲରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାପରେ ୧୯୩୧ ମସିହାରେ ଶ୍ରୀ ଶରତ ଚନ୍ଦ୍ର ମୁଖାର୍ଜୀଙ୍କ ସମ୍ପାଦନାରେ ଏହି ଉପନ୍ୟାସର ପ୍ରଥମ ସଂସ୍କରଣ ହେଲା ।
Dobar dan! Ja sam Libroamiko, vaš književni savjetnik.
Kako vam mogu pomoći?