Proizvod vam ne odgovara? Nema veze! Proizvode možete vratiti do 30 dana
S poklon bonom ne možete pogriješiti. Za poklon bon primatelj može odabrati bilo što iz naše ponude.
Do 30 dana za povrat
ମନଗହନର କେଉଁ ଏକ ଅଜଣା ବିନ୍ଦୁରେ ଘୁମେଇଥିବା ଦୂର ଆକାଶର ନିଃସଙ୍ଗ ତରାଟିଏ ହେଇ ଦିକ୍ଦିକ୍ କରୁଥାଏ କିଛି କଥା, ବେଦନା ଓ ବ୍ୟଥା । କେତେବେଳେ ସେ ବେଦନା ବର୍ଷା ହେଇ ଝରିଝରି ଯାଏ ରାଣୀର ଓଢ଼ଣୀରେ (ରାଣୀର ଓଢ଼ଣୀରେ ବର୍ଷା) ତ ଆଉ କେବେ ରୁନ୍ଧି ହୋଇଯାଏ ପରୀର ଅଧାଲେଖା ଭାଗ୍ୟରେ (ମଧୁବାବୁ ସଙ୍ଗେ ଲଢ଼ିବି) । ପୁଣି କେବେ ସେ ବ୍ୟଥା ପାଲଟିଯାଏ ରାକ୍ଷସୀ ସୂର୍ପଣଖାର ଛଳଛଳ ପ୍ରେମର ନୈବେଦ୍ୟ (ଯୁଗେ ଯୁଗେ ସୂର୍ପଣଖା) ତ ଆଉ କେବେ ମହାପରାକ୍ରମୀ ମହିଷାସୁରର ଆହତ ଅଭିମାନ (ମହିଷାସୁର) । କେବେ 'ବିଶ୍ୱାବସୁର ଦିଅଁ' ସାଜି କବିତା ଉଚ୍ଛୁଳାଇଦିଏ ଭକ୍ତିର ପ୍ଲାବନ । କେବେ ପୁଣି ସାଧାରଣ ମଣିଷର ଅତି ସାଧାରଣ କଥା ପରି ମୋ କବିତା ସୃଷ୍ଟି କରେ 'ସବା ପଛ ମଣିଷ' ଅବା 'ନିଃସଙ୍ଗ ଜୀବନ' । ଗତାନୁଗତିକ ଜୀବନର ଅନୁଭୂତି କବିତାର କୋମଳ ସ୍ପର୍ଶରେ ଋଦ୍ଧିମନ୍ତ । ସାମ୍ପ୍ରତିକ ସମାଜର ଅସଂଖ୍ୟ ଘଟଣା ଓ ଚରିତ୍ରର ବେଦନା । ସେଇମାନଙ୍କ ଭିତରେ ନିଜକୁ ଖୋଜି ପାଇବାକୁ ସ୍ୱତନ୍ତ୍ର ଆବେଦନ । ସମାଜକୁ ଜାଗରୁତ କରାଇବାକୁ ପ୍ରତିବଦ୍ଧତା । କବିତା ପଢ଼ି ମୋହାଚ୍ଛନ୍ନ ହୋଇଯାଏ ପାଠକ । ନିଜକୁ ଏକ ଚରିତ୍ର ଭାବେ ଛିଡ଼ାକରେ । ଓଡ଼ିଆ ସାହିତ୍ୟ ଜଗତର ଏକ ନମ୍ର ସାରସ୍ୱତ ଉଚ୍ଚାରଣ 'ଦେଖା ହେଲେ କହିବି' ।
Dobar dan! Ja sam Libroamiko, vaš književni savjetnik.
Kako vam mogu pomoći?